ରାଜ୍ୟରେ ଅସହ୍ୟ ତାତି; ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା

ରାଜ୍ୟରେ ଅସହ୍ୟ ତାତି; ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା

ରାଜ୍ୟରେ ଉପରମୁହାଁ ପାରଦ । ଏବେଠୁ ହିଁ ଅସହ୍ୟ ହେଲାଣି ତାତି । ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ବୁଧବାର ବୌଦ୍ଧ ଓ ବଲାଙ୍ଗୀରରେ ଚଳିତ ବର୍ଷ ପ୍ରଥମ ଥର ପାରଦ ୩୯ ଡିଗ୍ରୀ ପାର କରିଛି । ସେହିପରି ୧୪ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । । ଆଜି ମଧ୍ୟ ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ, ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୫ ତାରିଖରେ ବର୍ଷା ସମ୍ଭାବନା ଥିବାରୁ ତାତିରେ ସାମାନ୍ୟ ବେକ୍ର ଲାଗିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *