ରାଜ୍ୟରେ ଅସ୍ୟହ ଜାଡ ସାଙ୍ଗକୁ ପ୍ରବଳ ବର୍ଷା

ରାଜ୍ୟରେ ଅସ୍ୟହ ଜାଡ ସାଙ୍ଗକୁ ପ୍ରବଳ ବର୍ଷା

ରାଜ୍ୟର ଚାରିଆଡେ ଥଣ୍ଡାର ଲହରୀ । 11ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା 20 ଡିଗ୍ରୀ ତଳକୁ ଖସିଛି । ଦିନର ତାପମାତ୍ରା କମିଥିବାବେଳେ ରାତିର ତାପମାତ୍ରାରେ କିନ୍ତୁ ସେତେଟା ଫରକ ପଡିନାହିଁ । ଗୁରୁଚାପ ବଳୟର ସକ୍ରିୟତା ଏବଂ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ହାଲୁକା ବର୍ଷା ସାରା ରାଜ୍ୟରେ ଲାଗି ରହିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତନ ଆସିବା ସମ୍ଭାବନା ରହିଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *