ରାଜ୍ୟରେ ଆହୁରି ବଢିବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ

ବର୍ତ୍ତମାନ ରାତିରେ ଶୀତର ପ୍ରକୋପ କିଛି ମାତ୍ରାରେ କମ୍ ରହିଛି । ଏଣିକି ଏହା ଆହୁରି ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । 2 ରୁ 3 ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ତେବେ ଶୀତ ବଢିବା ସହିତ ୧୫ ଯାଏ କୁହୁଡି ମଧ୍ୟ ବଢିବ ବୋଲି ଜଣାପଡିଛି । ପଶ୍ଚିମଝଡ ପ୍ରଭାବରେ ଉତର ଓ ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *