ଡହ ଡହ ଖରାରେ ସିଝୁଛି ସାରା ରାଜ୍ୟ । ଦିନକୁ ଦିନ ଉପରମୁହାଁ ହେଉଛି ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ଆହୁରି ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ । ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ୱର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୧୪ ତାରିଖରୁ ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏପରି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024