ରାଜ୍ୟରେ ଉପରମୁହାଁ ପାରଦ

ରାଜ୍ୟରେ ଉପରମୁହାଁ ପାରଦ

ରାଜ୍ୟରେ ଉପରମୁହାଁ ପାରଦ । ଖରାଦିନ ଆରମ୍ଭରୁ ତାତି କଲବଲ କରାଇଲାଣି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ଚାନ୍ଦବାଲିରେ ସର୍ବାଧିକ ୩୬ ଦଶମିକ ୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ରହିଛି ୩୬ ଡିଗ୍ରୀ । କେନ୍ଦୁଝରରେ ତାପମାତ୍ରା ମଧ୍ୟ ୩୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୫ ଦଶମିକ ୪, ସମ୍ବଲପୁରରେ ୩୫ ଦଶମିକ ୨, ହୀରାକୁଦରେ ତାପମାତ୍ରା ୩୪ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *