ରାଜ୍ୟରେ କମିଛି ଶୀତ, ୧୦ ଡିଗ୍ରୀ ତଳେ ୩ ସହର

ରାଜ୍ୟରେ କମିଛି ଶୀତ, ୧୦ ଡିଗ୍ରୀ ତଳେ ୩ ସହର

ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ୨ ଦିନ ପୂର୍ବେ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଏବେ ଏହି ସଂଖ୍ୟା ହ୍ରାସ ପାଇଛି। ଗତ ରାତିରେ ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି।

୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରର ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହାବାଦ ଫୁଲବାଣୀ ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ୨ ଦିନ ପୂର୍ବେ କଟକ ଓ ଭୁବନେଶ୍ୱର ତାପମାତ୍ର ୧୬ ଡିଗ୍ରୀ ଥିବା ବେଳେ ଏବେ ସେଥିରେ ବୃଦ୍ଧି ଘଟିଛି। ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *