ରାଜ୍ୟରେ କଲବଲ କରୁଛି ଶୀତ

ରାଜ୍ୟରେ କଲବଲ କରୁଛି ଶୀତ

ରାଜ୍ୟରେ କଲବଲ କରୁଛି ଶୀତ । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।ସେପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇ ଯାଇଛି ଶୀତ ପାଇଁ ପ୍ରସ୍ତୁତି । ଶୀତ ପ୍ରକୋପରୁ ରକ୍ଷା ପାଇଁ ସରୀସୃପ ଓ ବିଭିନ୍ନ ପଶୁପକ୍ଷୀଙ୍କ ଖୁଆଡ଼ ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପଶୁପକ୍ଷୀଙ୍କ ଖୁଆଡ ଗରମ ରଖିବାକୁ ଇନଫ୍ରାରେଡ୍ ବଲବ୍, ରୁମ ହିଟରର ବ୍ୟବସ୍ଥା, ନଡାର ଚାଦର ବଳି ବ୍ୟବସ୍ଥା କରାଯାଇଛି । ଖାସ କରି ସିମ୍ଫାଜି ପାଇଁ ତାପମାତ୍ରା ନିରୁପଣ ଏବଂ ହ୍ୟୁମିଡିଟି ଡିଟେକ୍ଟର , ହିଟିଂ ଲାଇଟ, ଶୀତୁଆ ପବନକୁ ରୋକିବାକୁ ଗ୍ରୀନ କଭର ଲଗାଯାଇଛି । ସେହିପରି ପକ୍ଷୀ ମାନଙ୍କ ପାଇଁ ୧୦୦ ପାୱାର ବଲବ ସହ ନେଟ୍ ଲଗାଇବା ଆଦି ଅଭିନବ ଟେକନିକ ହାତକୁ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଅନ୍ୟପଟେ ଆଗାମୀ ୫ ଦିନ ପର‌୍ୟ୍ୟନ୍ତ ରାଜ୍ୟର ତାପମାତ୍ରା ପରିବର୍ତ୍ତନରେ ଆଶଙ୍କା ନାହିଁ । ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୧ରୁ ୨ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *