ରାଜ୍ୟରେ ଗଡ଼ୁନାହିଁ ଘରୋଇ ବସ୍

ରାଜ୍ୟରେ ଗଡ଼ୁନାହିଁ ଘରୋଇ ବସ୍

ଆଜିଠାରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ଘରୋଇ ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ବିଫଳ ହେବା ପରେ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି । ଘରୋଇ ବସ୍ ମାଲିକ ସଂଘ ଦାବି କରିଛନ୍ତି ଯେ, ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି ଏବଂ ଲକ୍ଷ୍ମୀ ଯୋଜନାକୁ ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାର ଦେଇଥିବା ପ୍ରତିଶ୍ରୁତି ବିରୁଦ୍ଧରେ ଯାଉଛି ବୋଲି ସଂଘ ଧର୍ମଘଟ ମାଧ୍ୟମରେ ଜଣାଇଛି ।  

author

Related Articles

Leave a Reply

Your email address will not be published. Required fields are marked *