ରାଜ୍ୟରେ ଘନ କୁହୁଡି ସାଙ୍ଗକୁ କୋହଲା ପାଗ

ରାଜ୍ୟରେ ଘନ କୁହୁଡି ସାଙ୍ଗକୁ କୋହଲା ପାଗ

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ରହିଛି ଯେଉଁଥିପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଛି । ଉତ୍ତର ଓଡିଶାରେ ମଧ୍ୟ କୋହଲ ପାଗ ଲାଗି ରହିଛି । ରାଜ୍ୟରେ ଘନ କୁହୁଡି ଲାଗି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେବ । ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳ ଓ ଏସ୍ପିମାନେ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କମିଶନର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସୁନ୍ଦରଗଡ,କେନ୍ଦୁଝର ଓ ବାଲେଶ୍ୱରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *