ରାଜ୍ୟରେ ଜାରି କୁହୁଡିର ପ୍ରଭାବ; ସତର୍କ ରହି ଗାଡ଼ି ଚଳାଇବାକୁ ପରାମର୍ଶ

ରାଜ୍ୟରେ ଜାରି କୁହୁଡିର ପ୍ରଭାବ; ସତର୍କ ରହି ଗାଡ଼ି ଚଳାଇବାକୁ ପରାମର୍ଶ

ଆଜିବି ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି । ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ । ସେପଟେ ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *