ରାଜ୍ୟରେ ଜାରି ରହିଛି ଘନ କୁହୁଡିର ପ୍ରଭାବ

ରାଜ୍ୟରେ ଜାରି ରହିଛି ଘନ କୁହୁଡିର ପ୍ରଭାବ

ରାଜ୍ୟରେ ଜାରି ରହିଛି ଘନ କୁହୁଡିର ପ୍ରଭାବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଟ୍ୱିନ ସିଟିରେ ପ୍ରବଳ କୁହୁଡି ଅନୁଭୂତ ହୋଇଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମ୍ ରହିଛି । ଫଳରେ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ଓ ଆସନ୍ତାକାଲି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ନେଇ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । କୁହୁଡି ସାଙ୍ଗକୁ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । କୁହୁଡି ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି । ତେଣୁ ଯତାୟତ ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *