ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦% ମତଦାନ

ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦% ମତଦାନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ସକାଳ ୬ଟାରୁ ଆରମ୍ଭ ହୋଇଛି । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୧ଟା ସୁଦ୍ଧା ଓଡିଶାରେ ୩୯.୩୦ ପ୍ରତିଶତ ମତଦାନ ହୋଇଛି । ସର୍ବାଧିକ ୪୪.୯ ପ୍ରତିଶତ ଭୋଟ ନବରଙ୍ଗପୁରରେ ପଡିଥିବା ବେଳେ ନୂଆପଡାରେ ସର୍ବନିମ୍ନ ୪୩.୧୩ ପ୍ରତିଶତ ମତଦାନ ହୋଇଛି । ସେହିପରି ଗଜପତିରେ ୪୦.୬୦%, କଳାହାଣ୍ଡିରେ ୪୨.୪୮%, କୋରାପୁଟରେ ୩୮.୨୫%, ମାଲକାନିଗିରିରେ ୩୯.୯୦%, ଗଞ୍ଜାମରେ ୩୨.୬୬%, ରାୟଗଡାରେ ୩୬.୧୧% ମତଦାନ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବ ।

author

Related Articles

Leave a Reply

Your email address will not be published. Required fields are marked *