ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ

ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ

ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । ବନ ବିଭାଗର ଅବହେଳା ଯୋଗୁଁ ଅସୁସ୍ଥ ଥିବା ଦନ୍ତା ହାତୀ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଉତ୍ତର ଘୁମୁସର ବନଖଣ୍ଡ କରଡାବଣି ନିକଟରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୂରି ବୁଲୁଥିଲା । ହାତୀର ଗୋଡରେ ଆଘାତ ଲାଗିଥିବା ବେଳେ ହାତୀଟି ଛୋଟେଇ ଛୋଟେଇ ଚାଲୁଥିଲା ।କିନ୍ତୁ ହାତୀକୁ ଚିହ୍ନଟ କରି ଚିକିତ୍ସା କରିବା ବଦଳରେ ବନ କର୍ମଚାରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ସମସ୍ତ ବନ କର୍ମଚାରୀ । ଯାହା ଫଳରେ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିବା ଅଭିଯୋଗ ହୋଇଛି । ଗତବର୍ଷ ମଧ୍ୟ ଡିଏଫଓଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ମୁଜାଗଡ଼ରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ୨ ବର୍ଷ ମଧ୍ୟରେ ଏହି ବନଖଣ୍ଡରେ ୯ଟି ହାତୀଙ୍କର ମୃତ୍ୟୁ ହେଲାଣି । ଯାହା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଆଜି ଭୁବନେଶ୍ୱରରୁ ଯୁଗ୍ମ ଯାଂଚ ଦଳ ପହଁଚିବା ପରେ ମୃତ ଦନ୍ତାର ବ୍ୟବଚ୍ଛେଦ ହେବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ବନ କର୍ମଚାରୀ ।

author

Related Articles

Leave a Reply

Your email address will not be published. Required fields are marked *