ରାଜ୍ୟରେ ପୁଣି ଶୀତ ଲହରୀ; ଦୁଇ ଦିନ ମଧ୍ୟରେ ବର୍ଷା ହେବା ନେଇ ଆଶଙ୍କା

ରାଜ୍ୟରେ ପୁଣି ଶୀତ ଲହରୀ; ଦୁଇ ଦିନ ମଧ୍ୟରେ ବର୍ଷା ହେବା ନେଇ ଆଶଙ୍କା

ପୁଣି ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି । ସୁନ୍ଦରଗଡ କୋରେଇରେ ସର୍ବନିମ୍ନ ୬ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାତି ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବାର ଆଶଙ୍କା ନାହିଁ । ୩ ଦିନ ପରେ ତାପମାତ୍ରାରେ କିଛିଟା ପରିବର୍ତ୍ତନ ହୋଇପାରେ । ୨ରୁ ୪ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତାକାଲି ଓ ସୋମବାର ଦିନ ବିଭିନ୍ନ ସ୍ଥାନରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୧ ତାରିଖରେ ୧୩ଟି ଜିଲ୍ଲା ଓ ୧୨ ତାରିଖରେ ୯ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *