ରାଜ୍ୟରେ ପ୍ରବଳ ଜାଡ଼; ୧୦ ଡିଗ୍ରୀ ତଳେ ୧୦ ସହର

ରାଜ୍ୟରେ ପ୍ରବଳ ଜାଡ଼; ୧୦ ଡିଗ୍ରୀ ତଳେ ୧୦ ସହର

ରାଜ୍ୟରେ ପୁଣି ବଢିଲା ଶୀତର ପ୍ରକୋପ । ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ । ରବିବାର ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ସୂଚନା ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡର କିରେଇ ରହିଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୧୭ ଏବଂ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିିଛି । ତେବେ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *