ରାଜ୍ୟରେ ବଢିଚାଲିଛି ଡେଙ୍ଗୁ

ରାଜ୍ୟରେ ବଢିଚାଲିଛି ଡେଙ୍ଗୁ


ଗତ ୩ମାସ ଧରି ସାରା ଓଡିଶାରେ ତେଙ୍ଗୁ ରୋଗ ବ୍ୟାପିଛି । ରାଜଧାନୀ ଭୁବନେଶ୍ୱରରେ ୨ହଜାର ଟପିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଏବେ ପ୍ରଶାସନ ତତ୍‌ପର ପ୍ରକାଶ କରିଛି । ବିଏମସି ଟିମ୍ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ସାନିଟାରି ମଧ୍ୟ କରୁଛନ୍ତି । ରାଜ୍ୟରେ ଦୈନିକ ୨ଶହ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଉଛି । ୧୦ ତାରିଖରେ ୨୩୩ଜଣ ଓ ୧୧ ତାରିଖରେ ୨୪୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ରାଜ୍ୟର ୯ଟି ଜିଲ୍ଲାରେ ୧୦୦ ଉପରେ ଡେଙ୍ଗୁ ରୋଗୀଙ୍କ ଓ ଂଖ୍ୟା । ଖୋର୍ଦ୍ଧାରେ ସର୍ବାଧିକ ୨୨୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁôରୀରୁ ୫୯୦, କଟକରୁ ୫୨୭, ବାଲେଶ୍ୱରରୁ ୪୯୬, ଜଗତସିଂହପୁରରୁ ୨୭୨, ନୟାଗଡରୁ ୨୧୦, ସୁନ୍ଦରଗଡରୁ ୧୭୪, କେନ୍ଦ୍ରପଡାରୁ ୧୧୪, ଓ କେନ୍ଦୁଝରରୁ ୧୧୩ ଜଣ ଆକ୍ରାନ୍ତ ବାହାରିଲେଣି । ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୩୩୭କୁ ବୃଦ୍ଧି । ବର୍ଷା କାରଣରୁ ସେପ୍ଟେମ୍ବର ମାସ ହୁଏତ ରୋଗ କମିବାର ସମ୍ଭାବନା ନାହିଁ । ଅକ୍ଟୋବର ବେଳକୁ ହୁଏତ ଡେଙ୍ଗୁ କମିଯିବାର ଆଶଙ୍କା ରହିଛି । ତେଣୁ ଲୋକମାନେ ସଚେତନ ରହିଲେ ଏହି ଡେଙ୍ଗୁ ରୋଗ କମିଯିବାର ବିଶେଷଜ୍ଞ ମାନେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *