ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ

ଆଜିଠୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ୧୫ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି କାଳ ବୈଶାଖୀ କାରଣରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିପାରେ ବୋଲି ସୂଚନା ମିଳିଛି । ୨୫ ତାରିଖ ଯାଏଁ କାଳବୈଶାଖୀ ପାଇଁ ତାପମାତ୍ରା ନିୟନ୍ତ୍ରଣରେ ରହିବ । ୨୬ ତାରିଖରୁ ପାଗରେ ପୁଣି ପରିବର୍ତ୍ତନ ଆସିବ । ୨୬ ତାରିଖରେ ହିଟ୍ ୱେଭ୍ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *