ରାଜ୍ୟରେ ବଢିଲା ମହଙ୍ଗା ଭତ୍ତା

ରାଜ୍ୟରେ ବଢିଲା ମହଙ୍ଗା ଭତ୍ତା

ନିର୍ବାଚନ ପୂର୍ବରୁ ଭେଟି ପରେ ଭେଟି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶାକର୍ମୀ, ସରପଞ୍ଚ, ମେୟରଙ୍କ ପରେ ଏବେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏକ ବଡ ଭେଟି ଦେଇଛନ୍ତି ନବୀନ । ରାଜ୍ୟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଛି । ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୪୬ ପ୍ରତିଶତରୁ ବଢି ୫୦% ପ୍ରତିଶତ ହେଲା ମହଙ୍ଗା ଭତ୍ତା । ଜାନୁଆରୀ ୧ରୁ ପିଛିଲା ଭାବେ ହେବ ଲାଗୁ । ଏହି ଘୋଷଣା ଫଳରେ ଉପକୃତ ହେବେ ୪ ଲକ୍ଷ ୫୦ ହଜାର କର୍ମଚାରୀ । ସେହିଭଳି ୩ ଲକ୍ଷ ୫୦ ପେନସନଭୋଗୀ ମଧ୍ୟ ଏହି ଘୋଷଣା ଦ୍ୱାରା ଉପକୃତ ହେବେ ।

author

Related Articles

Leave a Reply

Your email address will not be published. Required fields are marked *