ରାଜ୍ୟରେ ବଢୁଛି ତାତି

ରାଜ୍ୟରେ ବଢୁଛି ତାତି

ଶୀତ ସରୁଣୁ ଖରାର ପ୍ରକୋପ ଦେଖାଗଲାଣି । ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଦିନର ତାପମାତ୍ରା ରହୁଛି । ରାତିର ସର୍ବନିମ୍ନ ତାପମାତ୍ରା କୋରାପୁଟରେ 12 ଦଶମିକ 2 ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼ ଓ ଭବନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ପାରଦ ୩୫ ଡିଗ୍ରୀ ଉପରେ ରହୁଛି । ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ଟପିଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଦିନ ଓ ରାତି ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *