ରାଜ୍ୟରେ ବିଶୃଙ୍ଖଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖାଲି ପଡ଼ିଛି ଡାକ୍ତର ପଦବୀ

ରାଜ୍ୟରେ ବିଶୃଙ୍ଖଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖାଲି ପଡ଼ିଛି ଡାକ୍ତର ପଦବୀ

ରାଜ୍ୟ ସରକାର ବିଶ୍ୱସ୍ତରୀୟ ସେବା ଦେବାକୁ ଡିଡିମ ପିଟୁଥିବା ବେଳେ ରାଜ୍ୟରେ କିନ୍ତୁ ରହିଛି ବିଶୃଙ୍ଖଳ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଯାହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରଙ୍କ କଟାକ୍ଷ କରି ରାଜ୍ୟ ସରକାରଙ୍କୁ କହିଛନ୍ତି । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପ୍ରାୟ ୬୧ ପ୍ରତିଶତ ନର୍ସିଂ ଅଫିସର ପଦବୀ ଅର୍ଥାତ ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ସେହିପରି ୭୨୭୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଛି ।

Always listen to your heart

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର‌୍ୟ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ନର୍ସିଂ ଅଫିସର ପଦବୀ ଖାଲି ପଡ଼ିଛି । ସେହିପରି ମଞ୍ଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ୩୪୯୦ଟି ମଧ୍ୟରୁ ଏବେ ୨୪୯୨ଟି ପଦବୀରେ କାର‌୍ୟ୍ୟରତ ଅଛନ୍ତି ଓ ବାକି ୯୯୮ଟି ପଦବୀ ଖାଲି ପଡ଼ିଛି । ଲାବ୍ରୋଟୋରୀ ଟେକନିସିଆନରେ ମଞ୍ଜୁରୀପ୍ରାପ୍ତ ୨୨୩୫ଟି ପଦବୀ ମଧ୍ୟରୁ ୯୧୫ଟି ଖାଲି ପଡ଼ିଛି । ତେବେ ୯୨୧ଟି ଟେକନିସିଆନ୍ ପଦବୀ ପୂରଣ ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।ସେହିପରି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ୭୪୮୩ଟି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଆଉ ୮୫୩୧ଟି ନର୍ସିଂ ଅଫିସର ପଦବୀ ଚୟନ ନିମନ୍ତେ ଆୟୋଗଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି । ଏଭଳି ଭାବେ ମୋଟ ୧୫୯୧୪ଟି ନର୍ସିଂ ଅଫିସର ପଦବୀ ପୂରଣ ହୋଇପାରିବ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟରେ ମୋଟ ୧୫୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ରହିଛି । ନିକଟ ଅତୀତରେ ୫ହଜାର କନିଷ୍ଠ ବର୍ଗର ଡାକ୍ତରୀ ପଦବୀ ସୃଷ୍ଟି ହୋଇଛି । ପୂର୍ବରୁ ଥିବା ୧୦୭୭୪ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୪୫୪ଟି ପଦବୀ ଖାଲିପଡ଼ିଛି । ତେଣୁ ଏବେ ସରକାରଙ୍କ ସୁପାରିଶରେ ଖାଲିପଡ଼ିଥିବା ୭୨୭୬ଟି ଡାକ୍ତରୀ ପଦବୀକୁ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ଅନୁରୂପ ଭାବେ ରାଜ୍ୟରେ ଏବେ ମୋଟ ମଞ୍ଜୁରୀପ୍ରାପ୍ତ ୫୯୫ଟି ହୋମିଓପ୍ୟାଥି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୦୫ଟି ଡାକ୍ତରୀ ପଦବୀ ଖାଲି ପଡ଼ିଛି । ଏହି ସବୁ ପଦବୀ କେବେ ପୁରଣ ହେବ ତାହାକୁ ନେଇ ଚାଲିଛି ବାଦବିବାଦ ।

author

Related Articles

Leave a Reply

Your email address will not be published. Required fields are marked *