ରାଜ୍ୟରେ ହେବନି ବିଜେପି-ବିଜେଡି ମେଣ୍ଟ । ବିଗତ କିଛି ଦିନ ହେବ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ସରକାର ଗଢିବ । ଓଡିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଏବଂ ସରକାର କରିବ । ଏଥର ଓଡିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ୱ ନେଇ ଏହି ନିର୍ବାଚନ ଲଢିବେ ଓ ସରକାର କରିବେ ।
You can share this post!
author