ରାଜ୍ୟରେ 10 ଡିଗ୍ରୀ ତଳେ ତାପମାତ୍ରା

ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ସାରା ଓଡିଶାରେ ଅସହ୍ୟ ଶୀତ । କୋରାପୁଟରେ ମଧ୍ୟ ହାଡଭଙ୍ଗା ଶୀତର ପ୍ରକୋପ ଜାରି ରହିଛି ।ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଗାଁ ଗାଁ ମାନଙ୍କରେ ନିଆଁ ଲଗାଇ ପୁଆଁଉଛନ୍ତି । ଆଉ କେହି କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦ ମିଟର ବ୍ୟବଧାନରେ ବି ରାସ୍ତା ଦେଖାଯାଉନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ସୁନାବେଡ଼ା, ସିମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *