ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା

ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା

ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ । ନାମାଙ୍କନ ବେଳେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ରହିବେ ।ରାଜ୍ୟସଭା ପାଇଁ ରାଜସ୍ଥାନର ୩ଟି ଆସନ ଖାଲି ହେବାକୁ ଯାଉଛି । ଏହି ୩ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବେ । ସଂଖ୍ୟା ଗଣିତର ଆକଳନ ଅନୁସାରେ ୨ଟି ଆସନ ବିଜେପି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଜିତିବାର ସଂଭାବନା ରହିଛି । ତେବେ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ୫୬ ଆସନରୁ ୧୦ଟି ଆସନରେ କଂଗ୍ରେସ ଜିତିପାରେ । ତେଲେଙ୍ଗାନାରୁ ୨, କର୍ଣ୍ଣାଟକରୁ ୩, ରାଜସ୍ତାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ବିହାରୁ ଗୋଟିଏ ଲେଖାଏଁ ଆସନରୁ ବିଜୟୀ ହୋଇପାରେ କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *