ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ଜେଲରେ ଥିବା ଆପ ନେତା

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ଜେଲରେ ଥିବା ଆପ ନେତା

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ଜେଲରେ ଥିବା ଆପ ନେତା ସଞ୍ଜୟ ସିଂହ । ସେ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେବାକୁ ଯାଉଛନ୍ତି । ଦିଲ୍ଲୀର ଗୋଟିଏ କୋର୍ଟ ଏଥିପାଇଁ ସଞ୍ଜୟ ସିଂହଙ୍କୁ ଅନୁମତି ଦେଇଛନ୍ତି । ରୋଜ ଆଭିନ୍ୟୁ କୋର୍ଟ ଆଜି ସଞ୍ଜୟ ସିଂହଙ୍କ ଓକିଲ ଓ ଜେଲ ଅଧୀକ୍ଷକଙ୍କୁ ରାଜ୍ୟସଭା ସଚିବାଳୟ ସହ କଥାବାର୍ତ୍ତା କରି କେବେ ଶପଥ ପାଠ କାର୍ଯ୍ୟକ୍ରମ ହେବ, ତା’କୁ ନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟସଭା ସଚିବାଳୟର ସମୟ ଅନୁସାରେ ସଞ୍ଜୟ ସିଂହ ଜେଲରୁ ଯାଇ ସାଂସଦ ଭାବେ ଶପଥ ନେବେ।
ସଞ୍ଜୟ ସିଂହ ସୋମବାର ଶପଥ ନେବାର ଥିଲା। କିନ୍ତୁ ସୋମବାର ରାଜ୍ୟସଭାର କାର୍ଯ୍ୟସୂଚୀରେ ଏହାକୁ ତାଲିକା ଭୁକ୍ତ କରାଯାଇ ନଥିଲା। ତେଣୁ ସଞ୍ଜୟ ସିଂହଙ୍କ ଶପଥ ପାଠ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ସମୟ ଚୟନ କରାଯିବ ବୋଲି ଜଣାପଡ଼ିଛି।

author

Related Articles

Leave a Reply

Your email address will not be published. Required fields are marked *