ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଝଟକା,ପଟିଆଲା କୋର୍ଟରୁ ମିଳିଛି ନିର୍ଦ୍ଦେଶ

ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଝଟକା,ପଟିଆଲା କୋର୍ଟରୁ ମିଳିଛି ନିର୍ଦ୍ଦେଶ

ରାଜ୍ୟସଭା ସଚିବାଳୟ ଦ୍ୱାରା  ଯେଉଁ ସରକାରୀ ଆବାସକୁ ବଣ୍ଟିତ କରାଯାଇଥିଲା ରଦ୍ଦ କରିଯିବା ନେଇ ଆପ୍ ସାଂସଦ ରାଘବ ଚଢା ପ୍ରତିକ୍ରୟା ଦେଇଛନ୍ତି । ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି ।

ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ପଟିଆଲା କୋର୍ଟରୁ ମଧ୍ୟ ଝଟକା ମିଳିଛି । ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ରାଜ୍ୟସଭା ସଚିବାଳୟ ଓକିଲ ଦଲିଲ ଦାଖଲ କରି କହିଛନ୍ତି ଯେ, ରାଘବ ଚଢାଙ୍କ ଟାଇପ୍ ୬ ବଙ୍ଗଳା ଆବଣ୍ଟ କରାଯାଇଛି କିନ୍ତୁ ଟାଇପ୍ ୭ ନୁହେଁ । ଏହା ବିରୋଧରେ ରାଘବ ଚଢା କୋର୍ଟର ଦ୍ୱାରସ୍ଥ ହେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *