ରାଜ୍ୟସଭା ସିଟକୁ ନେଇ ଅଙ୍କ କଷୁଛି ବିଜେଡି

ରାଜ୍ୟସଭା ସିଟକୁ ନେଇ ଅଙ୍କ କଷୁଛି ବିଜେଡି

ରାଜ୍ୟସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି । ସିଟ୍ ପାଇଁ ଲାଇନରେ ଏକାଧିକ ଆଶୀୟୀ ଥିବାରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ ଅଙ୍କ କଷୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେଉଁ ବର୍ଗକୁ ଟିକେଟ୍ ଦେଲେ ଏହା ନିର୍ବାଚନରେ ଦଳକୁ ଫାଇଦା ଦେବ ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କୁହାଯାଉଛି କି ସରପ୍ରାଇଜ କାର୍ଡ ଖେଳିବାରେ ମାହିର ଥିବା ନବୀନ ଏଥର ନୂଆ ମୁହଁକୁ ସାମ୍ନାକୁ ଆଣିପାରନ୍ତି । ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଅଛି ସତ କିନ୍ତୁ ପ୍ରାର୍ଥୀ ଚୟନ ଦଳ ପାଇଁ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟସଭା ରେସ୍ ପାଇଁ ଲାଇନରେ ଥିବା ଏକାଧିକ ଆଶାୟୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ବିଜେଡିରେ ନୂଆ କରି ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ । ଦଳରେ ମିଶୁ ମିଶୁ ତାଙ୍କୁ ଦଳର ସୁପ୍ରିମୋ ଜାତୀୟ ମୁଖପାତ୍ର ପଦବୀ ଦେଇଛନ୍ତି । ଦିଲ୍ଲୀ ସ୍ତରର ଦଳୀୟ ପଦବୀ ମିଳିଥିବାରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ଏଥର ଲୋକସଭା ନିର୍ବାଚନ ନ ଲଢି ରାଜ୍ୟସଭାକୁ ଯାଇପାରନ୍ତି । ଅନ୍ୟପଟେ ନବୀନ ମହିଳା କାର୍ଡ ମଧ୍ୟ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳର ଦୁଇ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକ ଗତ ନିବାଚନ ବେଳେ ପ୍ରତିଶୃତି ପାଇଥିବାରୁ ଏବେ ବି ରାଜ୍ୟସଭା ଯିବା ଆଶାରେ ରହିଛନ୍ତି । ସେପଟେ କଂଗ୍ରେସର ଯୁକ୍ତି ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେଡି-ବିଜେପି ମିଳିତ ପ୍ରାର୍ଥୀ ଦେଇପାରନ୍ତି । ତେଣୁ ରାଜ୍ୟସଭା ପାଇଁ ଦଳ କାହାକୁ ବାଛୁଛି ଏବଂ କୁହୁଳୁଥିବା ଅସନ୍ତୋଷକୁ କିପରି ଶାନ୍ତ କରୁଛି ତା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *