ରାଜ୍ୟ ଅତିଥି ଭବନ ପାଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ଅତିଥି ଭବନ ପାଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଦଳିଗଲା ରାଜ୍ୟ ରାଜନୀତିର ପରମ୍ପରା । ରାଜ୍ୟ ଅତିଥି ଭବନ ପାଲଟିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ? କେଉଁଠି ତାଙ୍କ ବାସ ଭବନ ହେବ ? ସେନେଇ ଦ୍ୱନ୍ଦ୍ୱ ବଢିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ଅତିଥି ଭବନରେ ରହିଥିବା ସୂଚନା ମିଳିଛି । ଏବଂ ଅତିଥି ଭବନରେ ହିଁ ଅନେକ ନେତା ଏବଂ ଅଫିସର ମାନଙ୍କୁ ଭେଟିଥିବା ସୂଚନା ମିଳିଛି । ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *