ରାଜ୍ୟ କ୍ୟାବିନେଟର ଶେଷ ବୈଠକ ଅନୁଷ୍ଠିତ

ରାଜ୍ୟ କ୍ୟାବିନେଟର ଶେଷ ବୈଠକ ଅନୁଷ୍ଠିତ

ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ଏଥିରେ ଭାଗ୍ୟ ନେଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଏହା ପୂର୍ବରୁ ଆଜି ବିଜେଡି ସରକାରରେ ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ଶେଷ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି। ପରମ୍ପରା ଅନୁସାରେ, ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗା ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢ଼ା ହେବା ପର‌୍ୟ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ଏଥିସହ ନୂଆ ସରକାର ଗଢ଼ିବା ପାଇଁ ପ୍ରକିୟା ଆରମ୍ଭ ହୋଇ ଯାଇଥାଏ।ଆସନ୍ତା କାଲି ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବାର ବିଧି ରହିଛି।

author

Related Articles

Leave a Reply

Your email address will not be published. Required fields are marked *