ରାଜ୍ୟ ବିଜେପିର ଯୋଦ୍ଧା ତାଲିକା ପ୍ରସ୍ତୁତ

ରାଜ୍ୟ ବିଜେପିର ଯୋଦ୍ଧା ତାଲିକା ପ୍ରସ୍ତୁତ

୨୦୨୪ ନିର୍ବାଚନ ପାଇଁ ବିଗୁଲ୍ ବାଜୁ ବାଜୁ ବିଜେପି ଆରମ୍ଭ କରିଦେଇଛି ନିର୍ବାଚନୀ କସରତ । ରାଜ୍ୟ ବିଜେପି ଅଫିସରେ ହୋଇଥିବା ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶନିବାର ରାଜ୍ୟ ବିଜେପି ଶିବିରରେ ସମସ୍ତ ବରିଷ୍ଠ ନେତାମାନଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରାଜ୍ୟ କୋର୍ କମିଟି ଓ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଫୋକସ୍ ପଏଣ୍ଟ ଥିଲା ୨୦୨୪ ନିର୍ବାଚନ । ସବୁ ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ । ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇ ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *