ଆସନ୍ତା 10 ତାରିଖରୁ ରାଜ୍ୟରେ ଗଡିବନି ଟ୍ରକ । ରାଜ୍ୟ ସରକାରଙ୍କୁ ଏଭଳି କିଛି ଚେତାବନୀ ଦେଇଛି ଟ୍ରକ ମାଲିକ ସଂଘ । ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜୋରିମାନା ଓ ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ ସତ୍ତ୍ଵେ କୌଣସି ସୁଫଳ ମିଳିନି । ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି, ୧୦ ତାରିଖରୁ ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
You can share this post!
author