ରାଜ୍ୟ ସରକାରଙ୍କୁ ଦୀପାଳିଙ୍କ ୱାର୍ଣ୍ଣିଂ !

ରାଜ୍ୟ ସରକାରଙ୍କୁ ଦୀପାଳିଙ୍କ ୱାର୍ଣ୍ଣିଂ !

ପୁଣି ମୁହଁ ଖୋଲିଲେ ବିଜେଡି ନେତ୍ରୀ ଦୀପାଳି ଦାସ । ପ୍ରେସମିଟ ଜରିଆରେ ମୋହନ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ଦୀପାଳୀ । ସରକାରକୁ ଆସୁ ଆସୁ ବିଜେପି ଆକ୍ସନ ମୋଡକୁ ଆସିଛି । ରାଜ୍ୟରେ ନୂଆ ଇତିହାସ ସୃଷ୍ଟି କରିବା ପାଇଁ ନିଜର ସମସ୍ତ ଶକ୍ତି ଜୁଟାଇ ଶପଥ ନେବାର ପ୍ରଥମ ଦିନରୁ ହିଁ ନିଜର କାମ କରିବା ଆରମ୍ଭ କରିଦେଇଛନ୍ତି ୍ୟ ଆଉ ଏହି କ୍ରମରେ ଏବେ ବେଆଇନ ଜବରଦଖଲ ଉଠାଇବା ପାଇଁ ବିଜେପି ଯୋଜନା ଚଳାଇଛି । ଯେଉଁମାନେ ବେଆଇନ ଭାବେ ଜମିକୁ ଜବରଦଖଲ କରି ରଖିଛନ୍ତି ସେମାନଙ୍କୁ ସେହି ସ୍ଥାନରୁ ହଟାଇବା ପାଇଁ ବିଜେପି ନିଷ୍ପତ୍ତି ନେଇଛି । ଯାହାକୁ ନେଇ ବିଜେଡି ନେତ୍ରୀ ଦୀପାଳି ଦାସ ମୁହଁ ଖୋଲିବା ସହ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ ନିଜ ସୋସିଆଲ ମିଡିଆ ସାଇଟ୍ ଫେସବୁକରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବିଜେପି ସରକାରଙ୍କ ମନୋମୁଖୀ କାଯ୍ୟ ପାଇଁ ଝାରସୁଗୁଡାର ଗ୍ରାମୀଣ ଓ ସହରାଞ୍ଚଳର ଜନପ୍ରତିନିଧିଙ୍କ ଅବଗତ ବିନା ଯେଉଁପରି ଜମି ଅଧିଗ୍ରହଣ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଗତ ୧୦ ତାରିଖରେ ଆୟୋଜିତ ମିଟିଂରେ ଜିଲ୍ଲା ପରିଷଦ, ଝାରସୁଗୁଡା ପୌରାଧକ୍ଷ କିମ୍ବା ଉପ-ପୌରାଧକ୍ଷଙ୍କୁ ନ ଡକାଯାଇ ଜବରଦଖଲ ହଟାଇବା ପାଇଁ ଯେଉଁ ପରି କାଯ୍ୟ ପନ୍ଥା ସ୍ଥିର ହେଲା ତାହା ସାଧାରଣ ଜନତାଙ୍କୁ ସ୍ତମ୍ବିଭୂତ କରିଛି । ଜବରଦଖଲ ହଟାଇବା ବିରୁଦ୍ଧରେ ଆମେ ନୁହେଁ ହେଲେ ଝାରସୁଗୁଡାର ଗ୍ରାମୀଣ ଓ ସହରାଞ୍ଚଳର ଗରିବ ଦୋକାନୀ ଭାଇ ମାନଙ୍କ ଜୀବିକା ବଞ୍ଚାଇବା ବି ନିହାତି ଆବଶ୍ୟକ । ବର୍ଷା ଦିନ ହୋଇଥିବାରୁ ହଟାତ୍ ସମସ୍ତ ଛୋଟ, ବଡ଼ ଦୋକାନୀଙ୍କ ସହ ବଣିକ ସଙ୍ଗଠନର ଆଜବେଷ୍ଟସ ଦୋକାନ ଘର ଭାଙ୍ଗିବା ଅର୍ଥ ତାଙ୍କର ଭାତ ହାଣ୍ଡି ଭାଙ୍ଗିବା । ତେଣୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ଯେ ଝାରସୁଗୁଡାର ଗରିବ ଜନସାଧାରଣଙ୍କ ସ୍ଵାର୍ଥ, ଜୀବନ ଓ ଜୀବିକା ପ୍ରତି ନଜର ରଖି ତାଙ୍କୁ ଆବଶ୍ୟକୀୟ ସମୟ ଦେବା ସହ ସେମାନଙ୍କ ପାଇଁ ପ୍ରକୃଷ୍ଠ ଥଇଥାନ ବ୍ୟବସ୍ଥା କରାଯାଉ ନହେଲେ ଆଗକୁ ଆମେ ଜନ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓଲହାଇବାକୁ ବାଧ୍ୟ ହେବୁ ।

author

Related Articles

Leave a Reply

Your email address will not be published. Required fields are marked *