ରାଜ୍ୟ ସରକାରଙ୍କୁ ବିଭୂତିଙ୍କ ଟାର୍ଗେଟ

ରାଜ୍ୟ ସରକାରଙ୍କୁ ବିଭୂତିଙ୍କ ଟାର୍ଗେଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ୧୬ ଦଫା ଦାବି ସମ୍ବଳିତ ଚାର୍ଜସିଟ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରାଯାଇଛି। ପରଜଙ୍ଗର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ବୃନ୍ଦାବନପୁର ସ୍ଥିତ ସତ୍ୟ ପ୍ୟାଲେସ ଠାରେ ଦଳୀୟ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ଚାର୍ଜସିଟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ନିର୍ବାଚନ ମଣ୍ଡଳୀରେ ଥିବା ଚାଷୀଙ୍କ ପ୍ରମୁଖ ସମସ୍ୟା ରେଙ୍ଗାଳି କେନାଲ, ଦଣ୍ଡାଧର ଓ ଦଦରାଘାଟି ଡ୍ୟାମ ପ୍ରୋଜେକ୍ଟ,ଶୀତଳ ଭଣ୍ଡାର, ଡାକ୍ତରଖାନା, ମହିଳା ମାନଙ୍କ ବିକାଶ ଓ ନିରାପତ୍ତା ସମସ୍ୟାକୁ ନେଇ ବର୍ଷିଥିଲେ ବିଭୂତି। ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ମାସିକ ୧ହଜାର ଟଙ୍କାର ଭତ୍ତା ଏବଂ ମୋଦି ଗ୍ୟାରେଣ୍ଟିରେ ଥିବା ସମସ୍ତ ପ୍ରତିଶ୍ରୁତି ବିକଶିତ ଭାରତ ଗଠନରେ ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *