ରାତିଅଧରେ କ୍ୟାପିଟାଲ ହସ୍ପିଟାଲ ଗଲେ ମୋହନ !

ରାତିଅଧରେ କ୍ୟାପିଟାଲ ହସ୍ପିଟାଲ ଗଲେ ମୋହନ !

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ସେବା କରିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧିଙ୍କ ଦ୍ୱାରା କଟାକ୍ଷର ଶିକାର ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଅହରହ ଲୋକଙ୍କ ସେବା କରିବାରେ ଲାଗି ପଡିଛନ୍ତି । ବିରୋଧିଙ୍କ ସମାଲୋଚନାକୁ ପଛରେ ପକାଇ ଏବେ ନିଜେ ବୁଲି ବୁଲି ଗରିବ ଅସହାୟଙ୍କ ଦୁଃଖ ବୁଝୁଛନ୍ତି । ହଁ ଦର୍ଶକବନ୍ଧୁ ରାତି ଅଧରେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କୁ ଦେଖି ସମସ୍ତେ ଛାନିଆ । ହଠାତ ମୁଖ୍ୟମନ୍ତ୍ରୀ କ୍ୟାପଟିଲ ହସ୍ପିଟାଲରେ କାହିଁକି । କାହାକୁ କିଛି ନ କହି ହଠାତ ହସ୍ପିଟାଲ ମୁହାଁ ମୋହନ ମାଝୀ । ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟଟି ଉପରେ କିପରି ମୋହନ ବାବୁ କ୍ୟାପିଟାଲ ହସ୍ପିଟାଲର ରୋଗୀଙ୍କ କଥା ବୁଝୁଛନ୍ତି । ଶୁକ୍ରବାର ବିଳମ୍ୱିତ ରାତିରେ ହସ୍ପିଟାଲରେ କିପରି ରୋଗୀଙ୍କ ସେବା କରାଯାଉଛି ସ୍ଥିତି ପରଖିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାକାର କର୍ତ୍ତୁପକ୍ଷଙ୍କୁ ମଧ୍ୟ ଏ ବାବଦରେ କିଛି ଜଣାନଥିଲା । ହଠାତ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସମସ୍ତେ କାବା ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ରୋଗୀ ମାନଙ୍କ ସହିତ ତାଙ୍କର ରହିବା ଖାଇବା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟପଟେ ହସ୍ପିଟାଲ ଅଧିକାରୀଙ୍କ ସହିତ ମଧ୍ୟ ଭଲ ମନ୍ଦ ବିଷୟରେ ଆଲୋଚନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ ସମସ୍ତଙ୍କୁ ଏକ ପ୍ରକାର ଝଟକା ଦେଇଥିବା ବେଳେ ସମସ୍ତେ ଏହାକୁ ପ୍ରଶଂସା ମଧ୍ୟ କରୁଛନ୍ତି । ଖୁବ କମ୍ ଦିନର ମୁଖ୍ୟମନ୍ତ୍ରୀ ଲୋକଙ୍କ ସେବା ପାଇଁ ଆଗଭର ହୋଇ କିପରି ନିଜର କାର୍ଯ୍ୟ କରୁଛନ୍ତି ତାହା ଗ୍ରହଣଯୋଗ୍ୟ । ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ୟାପିଟାଲ ହସ୍ପିଟାଲର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *