ରାତିରେ ମଧ୍ୟ ସୁରକ୍ଷିତ ରହିବେ ଚିଲିକାର  ପକ୍ଷୀ

ରାତିରେ ମଧ୍ୟ ସୁରକ୍ଷିତ ରହିବେ ଚିଲିକାର  ପକ୍ଷୀ

ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ଦିଗରେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବନବିଭାଗ ତରଫରୁ ଦିନରେ ଡ୍ରୋନ ଉଡାଇବା କାର୍ଯ୍ୟକ୍ରମ କରାଯାଇଛି । ଏଥର ରାତିରେ ବି ସୁରକ୍ଷିତ ରହିବେ ଆମ ଅତିଥି ପକ୍ଷୀ । ରାତିରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚିଲିକାରେ ଘୁରି ବୁଲୁଛନ୍ତି । ଯେଉଁ ସ୍ଥାନରେ ଅଧିକ ବିଦେଶୀ ପକ୍ଷୀ ରହୁଛନ୍ତି, ସେହି ସ୍ଥାନରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବାଇନାକୁଲାର, ଟ୍ରଚ ଲାଇଟ୍, ଲାଠି ଓ ଠେଙ୍ଗା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହ ଦିନରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଶିକାରୀଙ୍କ ଉପରେ ଡ୍ରୋନ୍ ନଜର ରଖିବ ।

author

Related Articles

Leave a Reply

Your email address will not be published. Required fields are marked *