ରାତି ପାହିଲେ ମାଟ୍ରିକ ପରୀକ୍ଷା,ରାଜରାସ୍ତାରେ ଶିକ୍ଷକ

ରାତି ପାହିଲେ ମାଟ୍ରିକ ପରୀକ୍ଷା,ରାଜରାସ୍ତାରେ ଶିକ୍ଷକ

ରାତି ପାହିଲେ ମାଟ୍ରିକ ପରୀକ୍ଷା କିନ୍ତୁ ରାଜରାସ୍ତାରେ ମାଧ୍ୟମିକ ଶିକ୍ଷକ । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ନିଜର ଦାବ ପୂରଣ ପାଇଁ 12 ଦିନ ହେଲା ଗାନ୍ଧୀ ମାର୍ଗରେ ଧାରଣା ଦେଇଛନ୍ତି । ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକାରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦିରେ ଆନ୍ଦୋଳନ କରିଛି ସଂଘ । ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାରି ଭିତରେ ଆଲୋଚନା ପାଇଁ ସରକାର ଆଜି ଶିକ୍ଷକଙ୍କୁ ଡାକିଛନ୍ତି । ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା ଥିବାରୁ ସମାଧାନର ବାଟ ବାହାରିପାରେ ।

author

Related Articles

Leave a Reply

Your email address will not be published. Required fields are marked *