ରାତି 10ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ରାତି 10ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଆସନ୍ତା ମାର୍ଚ୍ଚ 8 ତାରିଖରେ ମହାଶିବରାତ୍ରି । ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ରାତି 10ଟାରେ ଉଠିବ । ଏହାସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କମିଶନରେଟ ପୋଲିସ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ଟୁଇନ୍ ସିଟ୍ ପୋଲିସ୍ କମିଶନର ସଂଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ, ଜଟଣୀ ବିଧାୟକ ସୁର ରାଉତରାୟ, ମନ୍ଦିର କମିଟି ସଦସ୍ୟ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇଥିଲେ । ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା । ଜାଗରରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିପାଇଁ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଅନୁମତି ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *