ଏଥର ଦୁର୍ଗାପୂଜାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି . କାରଣ ଏଥର ପୂଜା ମଣ୍ଡପ ଠାରୁ ଆରମ୍ଭ କରି ରାବଣ ପୋଡ଼ି ପର୍ଯ୍ୟନ୍ତ ସବୁଠି ରାଜନିତୀର ଛିଟା ଲାଗିଛି . ଚଳିତ ଥର ଦୁର୍ଗାପୂଜାରେ ମଣ୍ଡପରେ ଶ୍ରାଦ୍ଧାଳୁଙ୍କ ଠାରୁ ଅଧିକ ରାଜନେତାମାନଙ୍କୁୂ ଦେଖିବାକୁ ମିଳିଥିଲା . ସେହିପରି ପରାଦୀପରେ ରାବଣ ପୋଡ଼ି ଅବସରରେ ତେଜିଛି ରାଜନୈତିକ ବୟାନ ବାଜି .
ବନ୍ଦରନଗରୀ ପାରାଦୀପରେ ରାବଣ ପୋଡ଼ି ଅବସରରେ ଯୋଗଦେଇଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ .ସେଠାରେ ସେ କହିଥିଲେ ପାରାଦିପରେ ରାବଣ କିଏ ଏଠାକାର ଲୋକ ଜାଣିଛନ୍ତି .ଦଶହରାରେ ରାବଣ ପୋଡ଼ି ସହିତ ତୁଲନା କରି ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ .ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି . ପାରାଦୀପରେ ରାବଣ କିଏ ଏଠାକାର ଲୋକେ ଜାଣିଛନ୍ତି .ମୁନ୍ନା ପତି ,ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲଉଛନ୍ତି .ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ .ତେବେ ଏହାକୁ ନେଇ ବିଜେଡି କର୍ମୀ ମାନସ ବସ୍ତିଆ କହିଛନ୍ତି ସମ୍ପଦ ସ୍ୱାଇଁ ଏବେ ନୂଆ ନୂଆ ମନ୍ତ୍ରୀ ହୋଇଛନ୍ତି ବୋଲି ଏମିତି କହୁଛନ୍ତି .
ଏହା ସହିତ ସମ୍ପଦ କହିଥିଲେ ଦାମ ବାବୁ ସ୍ୱାଭିମାନୀ ନେତା ଥିଲେ ତାଙ୍କ ଆତ୍ମା ଉପରେ କାନ୍ଦୁଥିବ ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରେଇ ଦେଉ ନ ଥିଲେ .କିନ୍ତୁ ତାଙ୍କ ପୁଅ ଏବେ ତାଙ୍କୁ ସାଥିରେ ଧରି ବୁଲୁଛନ୍ତି ବୋଲି କହିଥିଲେ ସମ୍ପଦ ସ୍ୱାଇଁ .