ରାମଦେବ ବାବା ହାଜିର ହୋ…ସୁପ୍ରିମକୋର୍ଟରୁ ଆସିଲା ଡାକରା

ରାମଦେବ ବାବା ହାଜିର ହୋ…ସୁପ୍ରିମକୋର୍ଟରୁ ଆସିଲା ଡାକରା

ବଢିଲା ଯୋଗଗୁରୁ ରାମଦେବ ବାବାଙ୍କ ଅଡୁଆ । ସୁପ୍ରିମକୋର୍ଟରୁ ଆସିଲା ଡାକରା । ରାମଦେବ ବାବାଙ୍କ ସହ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି । ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରାଯାଇଛି । ଏଥିସହ ଦୁଇ ସପ୍ତାହ ପରେ କୋର୍ଟରେ ହାଜର ହେବାକୁ ଉଭୟ ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।


ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *