ଜାନୁୟାରୀ 22 ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର । ସେଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ସମସ୍ତଙ୍କ ନଜର ରାମଲାଲାଙ୍କ ମନ୍ଦିର ଉପରେ । ସାରା ଦେଶର ଶ୍ରମିକ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ରାମଙ୍କ ନାମ ଧରି ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି ଶ୍ରମିକ । ରାତି ଦିନ ପରିଶ୍ରମ କରି ଏହି ଶ୍ରମିକମାନେ ମନ୍ଦିର ନିର୍ମାଣ କାମରେ ଲାଗିଛନ୍ତି । ଡିସେମ୍ବର ୩୦ରେ ଅଯୋଧ୍ୟାରେ ନବନିର୍ମିତ ବିମାନବନ୍ଦର ଓ ପୁର୍ନନିର୍ମାଣ କରାଯାଇଥିବା ରେଳଷ୍ଟେସନର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ବିମାନବନ୍ଦର ଓ ରେଳଷ୍ଟେସନର ଉଦଘାଟନ କରିବେ । ଉଦଘାଟନ କାର୍ଯ୍ୟକ୍ରମ ଶେଷ କରିବା ପରେ ମୋଦୀ ରାଜ୍ୟକୁ ୬ହଜାର କୋଟିର ବିଭିନ୍ନ ପରିଯୋଜନା ଭେଟି ଦେବେ । ପରେ ବିଶାଳ ରୋଡ ଶୋ କରିବା କାର୍ଯ୍ୟକ୍ରମ ରହିଛି । ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସଜେଇ ହେଲାଣି ଅଯୋଧ୍ୟା ନଗରୀ ବିଭିନ୍ନ ପ୍ରକାର ଫୁଲରେ ତୋରଣ କରି ଅଯୋଧ୍ୟାବାସୀ ସହରକୁ ସଜାଉଛନ୍ତି ।
You can share this post!
author