ରାମଲାଲାଙ୍କ ଦର୍ଶନ କଲେ ୩୫୦ ମୁସଲିମ୍ ଶ୍ରଦ୍ଧାଳୁ

ରାମଲାଲାଙ୍କ ଦର୍ଶନ କଲେ ୩୫୦ ମୁସଲିମ୍ ଶ୍ରଦ୍ଧାଳୁ

ଅଯୋଧ୍ୟାରେ ୫ ବର୍ଷୀୟ ବାଳୁତ ରାମଲାଲାଙ୍କୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଛୁଟୁଛି ଭକ୍ତଙ୍କ ସୁଅ । ନିଜ ପ୍ରିୟ ପ୍ରଭୁଙ୍କୁ ଟିକେ ଦେଖିବା ପାଇଁ ଧାଇଁ ଆସୁଛନ୍ତି ଭକ୍ତମାନେ । ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲମାନ ସମସ୍ତେ ରାମଲାଲାଙ୍କୁ ଦେଖିବାକୁ ବ୍ୟାକୁଳ ହେଉଛନ୍ତି । ଏହାରି ମଧ୍ୟରେ ଲକ୍ଷ୍ନୌରୁ ଚାଲି ଚାଲି ଅଯୋଧ୍ୟାରେ ପହଁଞ୍ଚିଛନ୍ତି ୩୫୦ ଜଣ ମୁସଲିମ ଶ୍ରଦ୍ଧାଳୁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ମଞ୍ଚର ୩୫୦ ଜଣ ମୁସଲିମ୍ ସଦସ୍ୟ ଜାନୁଆରୀ ୨୫ତାରିଖରୁ ଲକ୍ଷ୍ନୌରୁ ଏହି ଯାତ୍ରା ଆରମ୍ଭ କରିଥିଲେ । ରାସ୍ତାରେ ରାମନାମ ଜପ କରି ସେ ମଙ୍ଗଳବାର ଅଯୋଧ୍ୟାରେ ପହଁଞ୍ଚିଥିଲେ ଏବଂ ରାମଲାଲାଙ୍କ ଦର୍ଶନ କରିଥିଲେ । ରାମଲାଲାଙ୍କ ଦର୍ଶନ ପରେ ସେମାନଙ୍କ ସମସ୍ତ ଯାତ୍ରାକଷ୍ଟ ଦୂର ହୋଇଥିବା ଶ୍ରଦ୍ଧାଳୁମାନେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *