ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ବିରୋଧୀ; ବିଜେପି ପୋଷ୍ଟ କଲା ଏମିତି ପୋଷ୍ଟର

ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ବିରୋଧୀ; ବିଜେପି ପୋଷ୍ଟ କଲା ଏମିତି ପୋଷ୍ଟର

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତେ ଜୋର ଧରିଛି । ଅନେକଙ୍କୁ ଏହି ଭବ୍ୟ ଉତ୍ସବରେ ଯୋଗଦାନ ପାଇଁ ନିମନ୍ତ୍ରଣ ରହିଛି । ଏପରିକି ବିରୋଧୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ମିଳିଛି । କିନ୍ତୁ ନିମନ୍ତ୍ରଣ ପତ୍ର ପାଇଥିବା ସତ୍ୱେ କଂଗ୍ରେସର ଅନେକ ନେତା ଏହି ଉତ୍ସବରେ ଯୋଗ ଦେବେନି ବୋଲି ସଫା ସଫା ମନା କରି ଦେଇଛନ୍ତି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀ ପ୍ରମୁଖ ମନା କରି ଦେଇଥିବା ବେଳେ ସେମାନଙ୍କୁ ଟାର୍ଗେଟ୍ କରିଛି ବିଜେପି। ଏହାକୁ ନେଇ ବିଜେପି ତାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟର ମଧ୍ୟ ପୋଷ୍ଟ କରିଛି ।


ଏହି ପୋଷ୍ଟରରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀଙ୍କ ସହିତ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ସିପିଆଇ ନେତା ସୀତାରାମ ୟେଚୁରଙ୍କ ଫଟୋ ରହିଛି। ଏହି ପୋଷ୍ଟରରେ ଉପରେ ଲେଖାଯାଇଛି- ରାମ ମନ୍ଦିରର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ଚେହେରାଗୁଡ଼ିକୁ ଚିହ୍ନନ୍ତୁ। ସେହିପରି ପୋଷ୍ଟରର ତଳେ ଲେଖାଯାଇଛି- ସନାତନ ବିରୋଧୀ ଇଣ୍ଡି ମେଣ୍ଟ। ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନେ ଏଥିରେ ଯୋଗ ଦେବେ ନାହିଁ ବୋଲି ଗତକାଲି କହିଥିଲେ। ଏହା ବିଜେପି ଓ ଆରଏସଏସର ଏକ ରାଜନୀତିକ ପ୍ରକଳ୍ପ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *