ରାମ ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ରାମ ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଆଉ ଉତ୍ସବମୁଖର ସାରା ଦେଶ । ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭକ୍ତମାନେ ଦେଉଥିବା ନଜରକୁ ଆସିଲାଣି । ସେ ରାମ ସେତୁର ଶାଢ଼ି ହେଉ କି ରାମ ମନ୍ଦିରରେ ଲାଗିବାକୁ ଥିବା ଘଣ୍ଟା । ଏମିତି ଅନେକ କିଛି ଉପହାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଆସୁଛି । ଆଉ ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି ମନ୍ଦିରରେ ଲାଗିବାକୁ ଥିବା ଏକ ବିରାଟକାୟ ଘଣ୍ଟି । ଯାହାକି ଜଣେ ଭକ୍ତ ପ୍ରଭୁଙ୍କ ପାଇଁ ଉପହାର ଦେଇଛନ୍ତି ।ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍ ରହିଛି ୨୫ ଲକ୍ଷ ଟଙ୍କା । ଟ୍ରେନ୍ ଯୋଗେ ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚିଛି । ମଙ୍ଗଳବାର ଦିନ ଜିଲ୍ଲାର ସବ୍ ଡିଭିଜନ୍ରେ ଏହାକୁ ପ୍ରଦର୍ଶିତ କରାଯିବା ପରେ ରାମ ମନ୍ଦିରରେ ଏହି ଉପହାର ପହଞ୍ଚିଛି ।

author

Related Articles

Leave a Reply

Your email address will not be published. Required fields are marked *