ରାମ ମନ୍ଦିର ପାଇଁ 300 ଫୁଟର ମାଟି ଦୀପ ପ୍ରସ୍ତୁତ

ରାମ ମନ୍ଦିର ପାଇଁ 300 ଫୁଟର ମାଟି ଦୀପ ପ୍ରସ୍ତୁତ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ମନ୍ଦିର ପ୍ରତିଷ୍ଠା ପାଇଁ 300 ଫୁଟର ମାଟି ଦୀପ ପ୍ରସ୍ତୁତ କରାଯାଉଛି । ସରଜୁ ନଦୀର ରାମଘାଟରେ ଏହି ଦୀପର ପ୍ରସ୍ତୁତି କରାଯାଉଛି । ପ୍ରତିଷ୍ଠା ଦିନ ମାଟିଦୀପ ପ୍ରଜଳ୍ୱନ କରାଯିବ । ନେପାଳ ମିଥିଲା କ୍ଷେତ୍ରରୁ ତେଲ ସାଙ୍ଗରେ ଆଣିଛନ୍ତି ସାଧୁ ସନ୍ଥ । ସେପଟେ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ପଂଚବଟୀ, କିସ୍କିନ୍ଧ୍ୟା ଓ ଚିତ୍ରକୁଟ ନାଁରେ ତିନୋଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ତିନୋଟି ଆଶ୍ରୟସ୍ଥଳୀରେ ୫ ହଜାର ଲୋକଙ୍କ ରହିବା ପାଇଁ ସୁବିଧା ରହିଛି । ଖଟ, ଶେଯ ଓ କମ୍ବଳ ରହିଛି । ଏହାଛଡା ବିଜୁଳି, ପାଣି ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ଏବଂ ଏହାକୁ କଡା ସୁରକ୍ଷା ବଳୟ ଭିତରେ ଏବଂ ସିସିଟିଭି କଏଦରେ ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *