ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ମୋଦିଙ୍କ 11ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ମୋଦିଙ୍କ 11ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ

ଆସନ୍ତା 22ରେ ହେବ ଅଯୋଧ୍ୟା ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସେଥିପାଇଁ 11ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଏକ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ସେୟାର କରିଛନ୍ତି ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ତାହାସହିତ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର ୧୧ ଦିନ ବାକି ରହିଛି । ସେହି ପୂଣ୍ୟ ଅବସରର ସାକ୍ଷୀ ହେଉଥିବାରୁ ନିଜକୁ ସୌଭାଗ୍ୟବାନ ବୋଲି ମୋଦୀ କହିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାରା ଦେଶର ପ୍ରତିନିଧିତ୍ୱ କରିବାକୁ ଭଗବାନ ସୁଯୋଗ ଦେଇଛନ୍ତି । ତାହାକୁ ଆଖିରେ ରଖି ୧୧ ଦିନର ବିଶେଷ ଅନୁଷ୍ଠାନ ଆୟୋଜନ କରୁଥିବା ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି । ଏପରି କିଛି ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *