ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ । ନୂଆ ସରକାର ଆସିବା ପରଠାରୁ ରାସନ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏହା ପରେ ରାସନକାର୍ଡକୁ ନେଇ ନୂଆ ନୀତି ମଧ୍ୟ ନୂଆ ସରକାର ଆଣିଥିଲେ । କେଉଁମାନେ ଯୋଗ୍ୟ ଏବଂ କେଉଁମାନେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଇି-କେୱାସି କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏପରିକି ନୂଆ ରାସନ କାର୍ଡ ପାଇଁ ଆବେଦନ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା । ଆଉ ଏବେ ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି , ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ କାର୍ଡ । ପ୍ରାୟ ୧୦ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ରାସନ କାର୍ଡର ଇ-କେୱାଇସି ଚାଲିଛି । ଯାଞ୍ଚ ପରେ ଏଥିରୁ ଅନେକ ଅଯୋଗ୍ୟ ବାହାରିବେ । ଏହା ପରେ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।