ରାସନ କାର୍ଡରେ ନାଁ ନ ଥିଲେ ବି ମିଳିବ ୫ହଜାର

ରାସନ କାର୍ଡରେ ନାଁ ନ ଥିଲେ ବି ମିଳିବ ୫ହଜାର

ରାସନ କାର୍ଡ ରେ ନାମ ନଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ .ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ଯେପରି ବାଦ ନ ପଡିବେ ସେନେଇ ସୁଭଦ୍ରା ଯୋଜନାରେ ସଂଶୋଧନ କରାଯାଇଛି . ରାସନ କାର୍ଡ ତାଲିକାରେ ନାଁ ନଥିଲେ ମଧ ଓଡିଶା ସରକାରଙ୍କ ମହାତ୍ୱାକାଂକ୍ଷୀ ମହିଳା କେନ୍ଦ୍ରୀତ ଯୋଜନା ପାଇଁ ଆବେଦନ କରିପାରିବେ . ସୁଭଦ୍ରା ହିତାଧିକାରୀ ଚୟନ ବେଳେ ରାସନ କାର୍ଡରେ ନାମ ଥିବା ମାନଦଣ୍ଡକୁ ହଟାଇ ଦିଆଯାଇଛି . ଏହା ଦ୍ୱାରା ୨.୬୭ ଲକ୍ଷ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବା ନେଇ ବାଟ ଫିଟିବା ସହ ବିରୋଧୀଙ୍କ ମୁହଁ ବନ୍ଦ ହୋଇଛି .

ସୁଭଦ୍ରା ଯୋଜନାରେ ବର୍ତମାନ ସୁଦ୍ଧା ୧କୋଟି ୨ଲକ୍ଷ ଜଣ ଆବେଦନ କରିଛନ୍ତି . ଦୁଇଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ପ୍ରଦାନ କରାଯାଇଛି .ମୋଟ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଯାଇଛି .ଏଥିରୁ ଅଧିକାଂଶ ହିତାଧିକାରୀଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ନାମ ନଥିବାରୁ ସେମାନଙ୍କ ଆବେଦନ ଖାରଜ ହୋଇଯାଇଛି .ତେଣୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ ଜଣେ ମହିଳାଙ୍କର ରାସନ କାର୍ଡରେ ନାମ ନଥିଲେ ବି ସେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ .ସୁଭଦ୍ରା ହିତାଧିକାରୀ ଚୟନ ବେଳେ ରାସନ କାର୍ଡରେ ନାମ ଥିବା ମାନଦଣ୍ଡଙ୍କୁ ହଟାଇ ଦିଆଯାଇଛି .

author

Related Articles

Leave a Reply

Your email address will not be published. Required fields are marked *