ରାସେଶ୍ୱରୀ ଧର୍ମେନ୍ଦ୍ର ଭେଟଘାଟ,ଚର୍ଚ୍ଚା ଜୋର

ରାସେଶ୍ୱରୀ ଧର୍ମେନ୍ଦ୍ର ଭେଟଘାଟ,ଚର୍ଚ୍ଚା ଜୋର

ସମ୍ୱଲପୁରର ରାସେଶ୍ୱରୀଙ୍କ ଟିକେଟ କଟିବା ପରେ ଅସନ୍ତୋଷ ଅଛନ୍ତି ସମ୍ୱଲପୁରର  ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର । ହେଲେ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭେଟଘାଟ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରାସେଶ୍ୱରୀ । ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେବାରୁ ଦଳ ଛାଡିଥିଲେ । ବିଜେଡି ଛାଡିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ । ରାଜନୀତିରେ ପ୍ରବେଶ ନ କରି ଲୋକମାନଙ୍କ ସେବା କରିବେ । କିନ୍ତୁ ଧର୍ମେନ୍ଦ୍ର ଓ ରାସେଶ୍ୱରୀଙ୍କ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ଜୋର । କଣ ବିଜେପିରେ ମିଶିବେ କି ସମ୍ୱଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ।

author

Related Articles

Leave a Reply

Your email address will not be published. Required fields are marked *