ରାସ୍ତାକଡ଼ରେ ଜମୁଛି ‘ତାଳସଜ’ ପସରା

ରାସ୍ତାକଡ଼ରେ ଜମୁଛି ‘ତାଳସଜ’ ପସରା

ଭୁବନେଶ୍ୱର:

ସହରରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ | ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ ହେଉ ଅବା ଦୋକାନ, ସବୁଠି ଥଣ୍ଡା ପାନୀୟ ସାଙ୍ଗକୁ ଅନ୍ୟ ଫଳମୂଳର ଚାହିଦା ବଢୁଛି | ତେବେ ସହରରେ ଏବେ ମିଳୁଛି ତଳସଜ | ରାଜଧାନୀ ରାସ୍ତାକଡ଼ରେ ଏବେ ତାଳସଜର ପସରା ଦେଖିବାକୁ ମିଳିଛି | ଖରାରେ ବାହାରେ କାମ କରିବା ସମୟରେ ତାଳସଜ ବିକ୍ରି ନିକଟରେ ଲୋକଙ୍କର ଜମୁଛି ଭିଡ଼ | ଗତ କିଛିଦିନ ହେବ ରାସ୍ତାକଡ଼ରେ ତାଳସଜ ବିକ୍ରି ହେଉଛି | ବର୍ଷକରେ ଥରେ ତାଳ ମିଳୁଥିବାରୁ ଲୋକଙ୍କର ଗହଳି ଜମୁଛି | ଡେଲାଙ୍ଗ, ପୁରୀ ଆଦି ଅଞ୍ଚଳରୁ ମହିଳାମାନେ ସକାଳୁ ତାଳ ବିକ୍ରି ପାଇଁ ଆଣୁଛନ୍ତି | ଖରାଦିନେ ସମସ୍ତଙ୍କର ପସନ୍ଦ ହେଉଛି ତାଳ | ଖରାଦିନରେ ବଜାରରେ ତାଳ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହେଉଛି | ରାଜଧାନୀରେ ଏବେ ପାରଦ ଆସ୍ତେ ଆସ୍ତେ ବଢି ଚାଲିଥିବା ବେଳେ ତାଳର ଚାହିଦା ମଧ୍ୟ ସେହି ଅନୁସାରେ ବଢ଼ିବାରେ ଲାଗିଛି | ଗ୍ରାମରୁ ମୁକ୍ତି ସହରବାସୀ ତାଳସଜକୁ ଆପଣେଇ ନେଇଥିବା ବେଳେ ଏହା କେକେଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି | ସକାଳୁ ଅପରାହ୍ନ ଯାଏଁ ଏହି ତାଳର ପସରା ବସୁଛି | ୪ଟି ତାଳକୁ ୨୦ଟଙ୍କାରେ ବିକ୍ରି କରାଯାଉଛି | ଡେଲାଙ୍ଗ ଅଞ୍ଚଳରୁ ଚନ୍ଦ୍ରଶେଖରପୁରକୁ ତାଳ ବିକ୍ରି ପାଇଁ ଆସୁଥିବା ତାଳ ବ୍ୟବସାୟୀ ପ୍ରତିମା ଦେଇ କହିଛନ୍ତି, ପ୍ରତିବର୍ଷ ଏହି ସମୟରେ ତାଳର ପସରା ବସେ | ରାସ୍ତାକଡ଼ରେ ବସି ତାଳ ବିକ୍ରି କରନ୍ତି ପ୍ରତିମା | ସହରବାସୀଙ୍କ ପାଖରେ ଗ୍ରାମାଞ୍ଚଳର ପାରମ୍ପରିକ ଖାଦ୍ୟ ପହଞ୍ଚାଇ ଦୁଇ ପଇସା ରୋଜଗାର ଆଶାରେ ସକାଳୁ ଆସି ବସୁଛନ୍ତି | କେବେ ୨ଶହ ତାଙ୍କ ତ ଆଉ କେବେ ୩-୪ ଶହ ତାଙ୍କ ରୋଜଗାର ହେଉଛି ବୋଲି କୁହନ୍ତି ସେ |

author

Related Articles

Leave a Reply

Your email address will not be published. Required fields are marked *