ରାସ୍ତାରେ ଗଡିପାରୁନି ମୋହନଙ୍କ ଗାଡି !

ରାସ୍ତାରେ ଗଡିପାରୁନି ମୋହନଙ୍କ ଗାଡି !

ପ୍ରଥମେ ବସ୍ ଆଉ ଏବେ ଆପ୍ । ରାସ୍ତାରେ ଗଡିପାରୁନି ମୋହନଙ୍କ ଗାଡି । ରାଜରାସ୍ତାରେ ଅସନ୍ତୋଷ ଝାଡୁଛନ୍ତି ଲୋକେ । ହଁ ଆଜ୍ଞା, ବିଜେଡିର ଚିହ୍ନବର୍ଣ୍ଣ ଲିଭାଇବାକୁ ବିଜେପି ଯେତେ ଉଦ୍ୟମ କଲେ ବି ସଫଳ ହୋଇପାରୁନି । ଯାହାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି । ତେବେ ପ୍ରଥମେ ମୋହନ ସରକାରଙ୍କ ଡବଲ ଡେକର ବସ ସେବା ରାଜ୍ୟରେ ଫେଲ୍ ମାରିଥିବା ଚର୍ଚ୍ଚା ହେଉଥିଲା ଆଉ ଏବେ ମୋହନ ରାଜ୍ୟରେ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ଆରମ୍ଭ କରିଥିବା ଓଡିଶା ଯାତ୍ରୀ ଆପ୍ ମଧ୍ୟ ଫେଲ୍ ମାରିଥିବା ଶୁଣିବାକୁ ମିଳୁଛି । ଓଡିଶା ଯାତ୍ରୀ ଆପରେ କାମ କରୁଥିବା ଡ୍ରାଇଭର ଏବଂ କର୍ମଚାରୀ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ସହ ମୋହନ ନିଜେ ଓଡିଶା ଯାତ୍ରୀ ଆପ୍ ଚଳାନ୍ତୁ ବୋଲି ଚେତାବନୀ ଦିଆଯାଇଥିବା ଶୁଣିବାକୁ ମିଳୁଛି ।

ତେବେ ଏହା ପୂବରୁ ମଧ୍ୟ ପୂର୍ବ ସରକାର ଆରମ୍ଭ କରିଥିବା ମୋ ବସ ସେବାକୁ ଟକ୍କର ଦେବାକୁ ଯାଇ ମୋହନ ସରକାର ରାଜଧାନୀରେ ଡବଲ ଡେକର ବସ୍ ଗଡାଇଲେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜରାସ୍ତାରେ ଡବଲ ଡେକର ବସ୍ ଗଡାଇଲେ । ସାଧାରଣ ଲୋକେ ଏହାର ମଜା ନେବେ ଏବଂ ଅଧିକ ସୁବିଧା ସୁଯୋଗ ପାଇବେ ବୋଲି ପ୍ରଚାର ପ୍ରସାର ବି ଗଲେ । କିନ୍ତୁ ଡବଲ ଡେକର ବସ୍ ଗଡିବାର ମାତ୍ର ଦିନ କେଇଟା ପରେ ଏହାର ଇଞ୍ଜିନ ଖରାପ ହୋଇଯାଇଥିବା ଖବର ସାମ୍ନାକୁ ଆସିଲା । ଆଉ ଏହାକୁ ନେଇ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା ବି କରାଗଲା । କିନ୍ତୁ ଏତିକିରେ ଏଥିରେ ବ୍ରେକ ଲାଗିଲାନି । କାହିଁକି ନା ଏବେ ବି ଡବଲ ଡେକର ବସ୍‌କୁ ଲୋକେ ପସନ୍ଦ କରୁନଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଗଡୁଥିବା ମୋହନଙ୍କ ଡବଲ ଡେକର ବସ ଫାଙ୍କା ଫାଙ୍କା ଗଡୁଥିବା ଦେଖିବାକୁ ମିଳୁଛି । ଆଉ ଏବେ ମୋହନଙ୍କ ଆଉ ଏକ ଯୋଜନା ଫେଲ୍ ମାରିଥିବା ଅଭିଯୋଗ ଆସିଲାଣି । ତେବେ ଏକ ବର୍ଷ ଭିତରେ ଏତେ ବିଫଳତା ଥାଇ ବି ମୋହନ ଯେଉଁ ଢଙ୍ଗରେ ଏକ ବର୍ଷର ଉପଲବ୍ଧିର ପ୍ରଚାର ପ୍ରସାର କରୁଛନ୍ତି ତାର ଜବାବ ସାଧାରଣ ଲୋକ ଠିକ୍ ସମୟରେ ଦେବେ ବୋଲି ଚର୍ଚ୍ଚା ବଢିଲାଣି ।

author

Related Articles

Leave a Reply

Your email address will not be published. Required fields are marked *