ରାସ୍ତାରେ ଗର୍ଜିବ ବିଜେଡି

ରାସ୍ତାରେ ଗର୍ଜିବ ବିଜେଡି

 

ଅଡୁଆରେ ସରକାର ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏସଆଇ ପରୀକ୍ଷା ସ୍କାମକୁ ନେଇ ରାଜ୍ୟ ସରକାରଙ୍କୁ ବାରମ୍ୱାର ଟାର୍ଗେଟ କରୁଛନ୍ତି ବିରୋଧି କଂଗ୍ରେସ ଓ ବିଜେଡି । ସ୍କାମରେ ବିଜେପିର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟଅଧିକାରୀଙ୍କ ସମୃକ୍ତି ରହିଛି । ଯେଉଁଥିପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି ବିରୋଧି । ଖାଲି ସେତିକି ନୁହେଁ ବରଂ ବିଜେଡି ଯୁବ ଜନତା ଦଳ ତରଫରୁ ଆସନ୍ତା 6 ତାରିଖରେ ବିଶାଳ ଆନ୍ଦୋଳନର ଡକରା ଦେଇଛି । ହଜାର ହଜାର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରେ । ସେହିପରି ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ ଓ ପରୀକ୍ଷାର୍ଥୀ ବି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ପରୀକ୍ଷା ସ୍କାମ ପ୍ରତିବାଦରେ ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଛାତ୍ର ଓ ଯୁବ ଜନତା ଦଳ । ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନଗଲେ ଚାଲିବ ଜୋରଦାର ଆନ୍ଦୋଳନ । ବହୁ ପରୀକ୍ଷାର୍ଥୀ ବି ହେବେ ଆନ୍ଦୋଳନରେ ସାମିଲ । ପାର୍ବଣ ଋୁତୁରେ କ୍ୟାସ ଫର ଜବ ଅପରେସନ କରିବାକୁ ଯୋଜନା ରହିଥିଲା । ବିଜୟନଗରମରେ ପ୍ଲାନ ଥିଲା ପ୍ରଶ୍ନପତ୍ର ଦେବାକୁ । ଏପରି ଅଭିଯୋଗ କରି ବର୍ଷିଛି ବିଜେଡି।

ସେହିପରି ଯଦି କାର୍ଯ୍ୟାନୁଷ୍ଠାନ ନିଆନଯିବ ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଧରିନିଆଯିବ ବୋଲି କହିଛି ଦଳ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛି ବିଜେଡି ।ସେପଟେ ପରୀକ୍ଷାରେ ଦୁର୍ନୀତିକୁ ସରକାର ପ୍ରୋସାହନ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପରୀକ୍ଷାର୍ଥୀଙ୍କୁ ନ୍ୟାୟ ନମିଳିଲେ  ଓଡ଼ିଶାର ଜେନଜେଡ ପରିସ୍ଥିତି ସୃଷ୍ଟି ହେବ । ଏଥିଲାଗି ରାଜ୍ୟ ସରକାର ଦାୟୀ  ରହିବେ ବୋଲି କହିଛି ଷ୍ଟୁଡେଣ୍ଟସ୍ ଏଗନେଷ୍ଟ କରପସନ ।

author

Related Articles

Leave a Reply

Your email address will not be published. Required fields are marked *